Testo Kotha Bhoga - Subash Dash
Testo della canzone Kotha Bhoga (Subash Dash), tratta dall'album Jaga Ra Bada Danda
କୋଠ ଭୋଗ ଖିଆ, ମୋ ଚକା ଆଖିଆ
ଉଠ ହେ ପହଡ଼ ଭାଙ୍ଗି
ଉଠ ହେ ପହଡ଼ ଭାଙ୍ଗି
ପଣ୍ଡା ପଢ଼ିହାରୀ କରନ୍ତି ଗୁହାରି, ହେବାକୁ ଚନ୍ଦନ ଲାଗି
ହେବାକୁ ଚନ୍ଦନ ଲାଗି
କୋଠ ଭୋଗ ଖିଆ
ତୁଳସୀର ମାଳ ଦୟଣାର ଚୂଳ
ଉଭା ଘେନି ଦେବଦାସୀ
ଉଭା ଘେନି ଦେବଦାସୀ
ବଡ଼ ସିଂହାରକୁ ବୁଢ଼ା ସିଂହାରୀ ଯେ
ଉଭା ହୋଇଲେଣି ଆସି
ମଣିମା ମଣିମା ଡ଼ାକ ପଡ଼ୁଅଛି
ମଣିମା ମଣିମା ଡ଼ାକ ପଡ଼ୁଅଛି
ଛାମୁ ଦରଶନ ଲାଗି
ହେବାକୁ ଚନ୍ଦନ ଲାଗି
କୋଠ ଭୋଗ ଖିଆ
ନିଦା ପଥର ହେ ନିଦେକେ ଶୋଇଲ
ଷାଠିଏ ପଉଟି ଖାଇ
ଷାଠିଏ ପଉଟି ଖାଇ
ଅନାଥ ଜନଙ୍କ ଡ଼ାକ ନ ଶୁଣୁଛ
ଜଗତର ନାଥ ହୋଇ
ଆରତି ବେଳ ଯେ ଗଡ଼ି ଯାଉଅଛି
ଆରତି ବେଳ ଯେ ଗଡ଼ି ଯାଉଅଛି
ଉଠ ହେ ଛପନଭୋଗୀ
ହେବାକୁ ଚନ୍ଦନ ଲାଗି
କୋଠ ଭୋଗ ଖିଆ
ପତିତପାବନ ବାନା ଉଡ଼ାଉଛ
ପତିତ ଉଦ୍ଧାର ପାଇଁ
ପତିତ ଉଦ୍ଧାର ପାଇଁ
ମୁଁ ଜଣେ ପତିତ କାନ୍ଦି କାନ୍ଦି ମରେ
ମୁଁ ଜଣେ ପତିତ କାନ୍ଦି କାନ୍ଦି ମରେ
ମୋ ଡାକ କି ଶୁଭୁନାହିଁ?
ଏଡ଼େ ବଡ଼ ପଣ ବୋହିଅଛ ପ୍ରଭୁ
ଏଡ଼େ ବଡ଼ ପଣ ବୋହିଅଛ ପ୍ରଭୁ
କୁହ ତେବେ କାହା ଲାଗି?
ଉଠ ହେ ପହଡ଼ ଭାଙ୍ଗି
କୋଠ ଭୋଗ ଖିଆ ମୋ ଚକା ଆଖିଆ
ଉଠ ହେ ପହଡ଼ ଭାଙ୍ଗି
ଉଠ ହେ ପହଡ଼ି ଭାଙ୍ଗି
Credits
Writer(s): Puratana, Anupuna Nanda, Jagannath Panda
Lyrics powered by www.musixmatch.com
Link
Disclaimer:
i testi sono forniti da Musixmatch.
Per richieste di variazioni o rimozioni è possibile contattare
direttamente Musixmatch nel caso tu sia
un artista o
un publisher.