Testo Aahe Nilagiri - Subash Dash
Testo della canzone Aahe Nilagiri (Subash Dash), tratta dall'album Jaga Ra Bada Danda
ଆହେ ନୀଳଗିରି, ତୁମ୍ଭ ଶ୍ରୀଭୁଜେ ଦୟଣା କେରି କେରି
ଆହେ ନୀଳଗିରି, ତୁମ୍ଭ ଶ୍ରୀଭୁଜେ ଦୟଣା କେରି କେରି
ଆହେ ନୀଳଗିରି
ତୁଳସୀ ଚଉରା ପାଶେ ଜଗି
ବସି ଧ୍ୟାଉଛନ୍ତି କେତେ ଯୋଗୀ
ବ୍ୟାଘ୍ରଚର୍ମ ପାତି ସ୍ତୁତି କରୁଛନ୍ତି
ବ୍ୟାଘ୍ରଚର୍ମ ପାତି ସ୍ତୁତି କରୁଛନ୍ତି
ଜପୁଛନ୍ତି ନାମ ସଂଖ୍ୟା କରି
ଆହେ ନୀଳଗିରି
ଆହେ ନୀଳଗିରି
ବଡଦାଣ୍ଡ ଦେଖୁ ହେଲି ତୋଷ
ରେଣୁମାତ୍ର ତେଣୁ କଲି ଗ୍ରାସ
କ୍ଷୀରୀ, ଖେଚିଡ଼ିରେ ମନ ନବୁଝଇ
କ୍ଷୀରୀ, ଖେଚିଡ଼ିରେ ମନ ନବୁଝଇ
ଟଙ୍କ ତୋରାଣିରେ ମନ ତୋଷ
ଆହେ ନୀଳଗିରି
ଆହେ ନୀଳଗିରି
ସିଂହଦ୍ୱାରେ ବାଜେ ବେତବାଡ଼ି
ବାଜନ୍ତେ ପାତକ ଯାଏ ଛାଡି
ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ
ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ
ଏକକୁ ଆରେକ ହୁଡ଼ାହୁଡ଼ି
ଆହେ ନୀଳଗିରି
ଆହେ ନୀଳଗିରି
ବାଇଶି ପବଛେ ଗଲି ସୁଖେ
କୈବଲ୍ୟପସରା ବେନି ପାଖେ
ଚଣ୍ଡାଳୁ ବ୍ରାହ୍ମଣ ଶୂଦ୍ର ପରିଯନ୍ତେ
ଚଣ୍ଡାଳୁ ବ୍ରାହ୍ମଣ ଶୂଦ୍ର ପରିଯନ୍ତେ
କୈବଲ୍ୟ ଭୁଞ୍ଜନ୍ତି ମୁଖେ ମୁଖେ
ଆହେ ନୀଳଗିରି
ଆହେ ନୀଳଗିରି
ରୋହିଣୀ ପାଦୁକ କୁଣ୍ଡରଜ
ସିହ୍ନା ମାଡ଼ି ବସିଛନ୍ତି ଗଜ
ସତେକି ଏ ନେତ୍ର ସୁଫଳ ହୋଇବ
ସତେକି ଏ ନେତ୍ର ସୁଫଳ ହୋଇବ
କାକ ପଡ଼ି ହେଲା ଚତୁର୍ଭୁଜ
ଆହେ ନୀଳଗିରି
ଗରୁଡ଼ ପଛରେ ରହି ଦେଖ
କି ଶୋଭା ପାଉଛି ପଦ୍ମମୁଖ
ହିରା, ନୀଳା, ମୋତି ମାଣିକ୍ୟ ଜଳୁଛି
ହିରା, ନୀଳା, ମୋତି ମାଣିକ୍ୟ ଜଳୁଛି
ହୃଦେ ଲମ୍ବିଅଛି ବ୍ୟାଘ୍ରନଖ
ଆହେ ନୀଳଗିରି
ଆହେ ନୀଳଗିରି
ଶ୍ରୀଜଗନ୍ନାଥ ଠାକୁରାଣୀ
ସୁବର୍ଣ୍ଣ ଥାଳୀରେ ଅର୍ଘ୍ୟ ଆଣି
କଳାଶ୍ରୀମୁଖକୁ ବନ୍ଦାଣ କରନ୍ତି
କଳାଶ୍ରୀମୁଖକୁ ବନ୍ଦାଣ କରନ୍ତି
ସାଧୁ, ସନ୍ଥ, ଦ୍ୟନ୍ତି ହରିଧ୍ବନି
ଆହେ ନୀଳଗିରି
ଆହେ ନୀଳଗିରି
କହେ ସାଲବେଗ ହୀନ ଜାତି
ଶ୍ରୀରଙ୍ଗ ଚରଣେ ରହୁ ମତି
ଶ୍ରୀଜଗନ୍ନାଥଙ୍କୁ ଜଣାଣ କରୁଛି
ଶ୍ରୀଜଗନ୍ନାଥଙ୍କୁ ଜଣାଣ କରୁଛି
ଦୟାକର ବାରେ ଲକ୍ଷ୍ମୀପତି
ଆହେ ନୀଳଗିରି
ଆହେ ନୀଳଗିରି
ଆହେ ନୀଳଗିରି, ତୁମ୍ଭ ଶ୍ରୀଭୁଜେ ଦୟଣା କେରି କେରି
ଆହେ ନୀଳଗିରି, ତୁମ୍ଭ ଶ୍ରୀଭୁଜେ ଦୟଣା କେରି କେରି
ଆହେ ନୀଳଗିରି
Credits
Writer(s): Puratana, Anupuna Nanda, Jagannath Panda
Lyrics powered by www.musixmatch.com
Link
Disclaimer:
i testi sono forniti da Musixmatch.
Per richieste di variazioni o rimozioni è possibile contattare
direttamente Musixmatch nel caso tu sia
un artista o
un publisher.