Testo Rupa Sagadi Re - Anonymous
Testo della canzone Rupa Sagadi Re (Anonymous), tratta dall'album Bikrarm
ରୂପା ଶଗଡ଼ିରେ ସୁନା କନିଆ
ରୂପା ଶଗଡ଼ିରେ ସୁନା କନିଆ
ନୁଆଁ ଜହ୍ନପରି ଛନଛନିଆ
ନୁଆଁ ଜହ୍ନପରି ଛନଛନିଆ
ତାକୁ ପାଇବ ଯିଏ ଗୋପେ ବଢୁଛି ସିଏ
ତାକୁ ପାଇବ ଯିଏ ଗୋପେ ବଢୁଛି ସିଏ
ଆଖି ମିଟିକା ମାରୁଛି ଏକା କାଳିଆ
ରୂପା ଶଗଡ଼ିରେ ସୁନା କନିଆ
ରୂପା ଶଗଡ଼ିରେ ସୁନା କନିଆ
ସୁନା କନିଆ ମୋ ଗଜ-ମୁକୁତା
ଚନ୍ଦନ ଟୋପାକୁ ନାଲି ଅଳତା
ସୁନା କନିଆ ମୋ ଗଜ-ମୁକୁତା
ଚନ୍ଦନ ଟୋପାକୁ ନାଲି ଅଳତା
ସପନ ଦୀପରେ ଆଶା ସଳିତା
ମୋ ସାଙ୍ଗେ ଖେଳୁଛି ଜଳିଜଳିକା
ସପନ ଦୀପରେ ଆଶା ସଳିତା
ମୋ ସାଙ୍ଗେ ଖେଳୁଛି ଜଳିଜଳିକା
କାଳେ ପବନ ହବ, କାଳେ ଲିଭିସେ ଯିବ
କାଳେ ପବନ ହବ, କାଳେ ଲିଭିସେ ଯିବ
ଭାବି-ଭାବି ମନ ଆଜି ଉଚ୍ଛନ କିଆଁ?
ରୂପା ଶଗଡ଼ିରେ ସୁନା କନିଆ
ରୂପା ଶଗଡ଼ିରେ ସୁନା କନିଆ
ସୁନା କନିଆର କାଉଁରୀ ମୁହଁ
ସୁନେଲି ହାସକୁ ରୂପେଲି ଲୁହ
ସୁନା କନିଆର କାଉଁରୀ ମୁହଁ
ସୁନେଲି ହାସକୁ ରୂପେଲି ଲୁହ
ସମୟ କହୁଚି ତୁଟାଇ ମୋହ
ବେଳ ଥାଉ-ଥାଉ ଲେଉଟି ଯାଅ
ସମୟ କହୁଚି ତୁଟାଇ ମୋହ
ବେଳ ଥାଉ-ଥାଉ ଲେଉଟି ଯାଅ
କାଳେ କୁହୁଡ଼ି ହବ, ବାଟ ଦେଖା ନଯିବ
କାଳେ କୁହୁଡ଼ି ହବ, ବାଟ ଦେଖା ନଯିବ
କାଳେ ମେଘ ଢାଙ୍କିଦବ ଚନ୍ଦ୍ର ଉଦିଆ
ରୂପା ଶଗଡ଼ିରେ ସୁନା କନିଆ
ରୂପା ଶଗଡ଼ିରେ ସୁନା କନିଆ
ନୁଆଁ ଜହ୍ନପରି ଛନଛନିଆ
ନୁଆଁ ଜହ୍ନପରି ଛନଛନିଆ
ତାକୁ ପାଇବ ଯିଏ ଗୋପେ ବଢୁଛି ସିଏ
ତାକୁ ପାଇବ ଯିଏ ଗୋପେ ବଢୁଛି ସିଏ
ଆଖି ମିଟିକା ମାରୁଛି ଏକା କାଳିଆ
ରୂପା ଶଗଡ଼ିରେ ସୁନା କନିଆ
ରୂପା ଶଗଡ଼ିରେ ସୁନା କନିଆ
ରୂପା ଶଗଡ଼ିରେ ସୁନା କନିଆ
ରୂପା ଶଗଡ଼ିରେ ସୁନା କନିଆ
Credits
Writer(s): Akshaya Mohanty
Lyrics powered by www.musixmatch.com
Link
Disclaimer:
i testi sono forniti da Musixmatch.
Per richieste di variazioni o rimozioni è possibile contattare
direttamente Musixmatch nel caso tu sia
un artista o
un publisher.