Testo Jhumu Ka Thila - Udit Narayan, Sadhana Sargam
Testo della canzone Jhumu Ka Thila (Udit Narayan, Sadhana Sargam), tratta dall'album Kandheyi Aakhi Re Luha
ଝୁମୁକା ଥିଲା, ବାଜୁ ନଥିଲା
ଗଜରା ଥିଲା, ବାସୁ ନଥିଲା
ତମେ ଛୁଇଁଦେଲା ପରେ
ରୂପା-ଦିନ ସୁନା ଦେଲା
ମୋ ଦୁନିଆଁ ହସି ଉଠିଲା
ଜୀବନ ଥିଲା ଆଶା ନଥିଲା
ଜିଇଁବା ପାଇଁ ନିଶା ନଥିଲା
ତମେ ଆସିଗଲା ପରେ
ଜାଣେ ନାହିଁ ଏ କି ହେଲା
ମୋ ଜୀବନ ମହକିଗଲା
ଏତେ ଦିନକେ ଜିତିଛି ମନକୁ ତୁମର
ପାଦ ଲାଗୁନି ଭୂଇଁରେ ଖୁସିରେ ମୋହର
ତୁମ ପ୍ରେମରେ ଦୁନିଆଁ ଲାଗୁଚି ସୁନ୍ଦର
ତୁମେ ବୋଳିଛ ଜୀବନେ ପ୍ରୀତିର ଅବିର
ଆଜି ମୋ ପାଇଁ ସୁଖର ଜୁଆର ଉଠିଲା
ରୂପା-ଦିନ ସୁନା ଦେଲା
ମୋ ଦୁନିଆଁ ହସି ଉଠିଲା
ସାରା ଜୀବନ ତୁମକୁ ଫୁଲରେ ସଜେଇ
ମୁଁ ଯେ ଆଖିରେ ରଖିବି ପଲକ ପକେଇ
ଝରୁଥିବି ମୁଁ ଝରଣା ତୁମରି ବାହୁରେ
ବାଜୁଥିବ ମୋ ଗହଣା ତୁମରି ପ୍ରେମରେ
ଚାହିଁ ନଥିଲି ଯାହା ମୁଁ ମୋତେ ମିଳିଗଲା
ଜାଣେ ନାହିଁ ଏ କି ହେଲା
ମୋ ଜୀବନ ମହକିଗଲା
ଝୁମୁକା ଥିଲା, ବାଜୁ ନଥିଲା
ଗଜରା ଥିଲା, ବାସୁ ନଥିଲା
ତମେ ଛୁଇଁଦେଲା ପରେ
ରୂପା-ଦିନ ସୁନା ଦେଲା
ମୋ ଦୁନିଆଁ ହସି ଉଠିଲା
ଜୀବନ ଥିଲା ଆଶା ନଥିଲା
ଜିଇଁବା ପାଇଁ ନିଶା ନଥିଲା
ତମେ ଆସିଗଲା ପରେ
ଜାଣେ ନାହିଁ ଏ କି ହେଲା
ମୋ ଜୀବନ ମହକିଗଲା
Credits
Writer(s): Nizam, Amrendra Mohanty
Lyrics powered by www.musixmatch.com
Link
Disclaimer:
i testi sono forniti da Musixmatch.
Per richieste di variazioni o rimozioni è possibile contattare
direttamente Musixmatch nel caso tu sia
un artista o
un publisher.